spot_img

କେନ୍ଦୁଝରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

କେନ୍ଦୁଝର : ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା । ଏହି ବନ୍ଦ ଡାକରାରେ କେନ୍ଦୁଝର ଚିଲ୍ଲାର ପାଟଣା ମୁଖ୍ୟ ବଜାର ବନ୍ଦ ରହିଥିଲା । ପାଟଣା ବଣିକ ସଂଘ, ବିକାଶ ମଞ୍ଚ, ପାଟଣା ସୁରକ୍ଷା କମିଟି , ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ସାମିଲ ହୋଇ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହାସହ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ ହୋଇଥିଲା । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଦୋକାନ ବଜାର ବିଭିନ୍ନ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular