ନୟାଗଡ : ପୁଲୱାମାରେ ସହିଦ ଯବାନଙ୍କ ଉଦେ୍ଦଶ୍ୟରେ ଶ୍ରୀ ରାମ ଫାଉଣ୍ଡେସନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ନୟାଗଡ ଭାପୁର ବ୍ଲକ ନିମାଣୀ ଗ୍ରାମରେ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ସମାଜ ମଙ୍ଗଳକାରୀ ଶ୍ରୀ ରାମ ଫାଉଣ୍ଡେସନ ଓଡିଶାର ରାଜ୍ୟ ସଦସ୍ୟ, ଏବଂ ଯୁବ ସମାଜ ସେବୀର ସମସ୍ତ ସଦସ୍ୟାମନେ ଗ୍ରାମରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରିଥିଲେ । ପାକିସ୍ତାନ ବିରୋଧରେ ନାରା ଦେଇ ଗ୍ରାମ ପରିକ୍ରମା କରି ହନୁମାନ ମନ୍ଦିର ସମ୍ମୁଖରେ ସହିଦ ଯବାନଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0