କେନ୍ଦୁଝର : ଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ସାହାରପଡାର ଗ୍ରାମବାସୀ । ପାଣି ଟୋପାଏ ପାଇଁ ୯୦୦ ରୁ ୧୨୦୦କିଲୋ ମିଟର ଦୂରକୁ ଯିବାକୁ ପଡୁଛି ଆଦିବାସୀ ଲୋକଙ୍କୁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଳା ସାହାରପଡା ବ୍ଲକ ଦୁଧନାଳୀ ଗାଁରେ । ଗ୍ରାମରେ ଦୀର୍ଘ ଦିନ ହେବ ତିନୋଟି ନଳକୂପ ରହିଛି । ହେଲେ ସେଥିରୁ ଅପରିଷ୍କାର ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । ତେଣୁ ବାଧ୍ୟ ହୋଇ ନଦୀ ଓ ବିଲ ମଝିରେ ଚୁଆ ଖୋଳି ପାଣି ବ୍ୟବହାର କରୁଥିବା କହିଛନ୍ତି ଗ୍ରାମବାସୀ । ଏ ସମସ୍ୟା ବିଷୟରେ ସ୍ଥାନୀୟ ସରପଞ୍ଚ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯଦି ପ୍ରଶାସନ ତରଫରୁ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳର ସୁବିଧା କରାଯିବ ତେବେ ଏହି ଅଞ୍ଚଳବାସୀ ମୁହଁରେ ହସ ଫୁଟିପାରିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0