ନୂଆଦିଲ୍ଲୀ: ୨୦୧୬ ରେ ଜବାହରଲାଲ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି । ୨୦୧୬ ମସିହାରେ ଜେଏନୟୁରେ ହୋଇଥିବା ଏକ ରାଲିରେ ଦେଶ ବିରୋଧି ନାରା ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ କହ୍ନେୟା କୁମାରଙ୍କ ସମେତ ଅନେକ ଛାତ୍ର ଗିରଫ ହୋଇଥିଲେ । ହେଲେ ପୂର୍ବବର୍ଷ ଏହି ମାମଲାରେ ସମସ୍ତଙ୍କୁ ଜାମିନ୍ ମିଳିଥିବା ବେଳେ ବର୍ଷେ ପରେ ଦିଲ୍ଲୀର ଏକ ଅଦାଲଦ ଅଭିଯୋଗ ପତ୍ରର ବିଚାର ପାଇଁ ଅନୁମତି ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ମାସ ୧୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ କହିଛି କି କହ୍ନେୟା କୁମାର ଗୋଟଏ ଦେଶ ବିରୋଧି ରାଲିର ନେତୃତ୍ୱ ନେଇଥିଲେ । ଦିଲ୍ଲୀ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ ଗୁରୁଙ୍କୁ ଫାସି ଦିଆଯିବା ଦିନ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ କହ୍ନେୟା କୁମାରଙ୍କ ସମେତ ୯ ଜଣ ଛାତ୍ର ଦେଶ ବିରୋଧୀ ନାରା ଲଗାଇଥିଲେ ବୋଲି ପୋଲିସ ଅଭିଯୋଗ ପତ୍ରରେ ଲେଖିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0