ବିଗ୍ବସ୍ର ସୁଟିଂ ପରେ ‘ପଠାନ୍’ ଫିଲ୍ମର ସୁଟିଂ ଆରମ୍ଭ କରିବେ ସୁପରଷ୍ଟାର ସଲମାନ୍ ଖାନ୍। ଏନେଇ ନିଜେ ସଲମାନ୍ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍ ନଜର ଆସିବେ। ଫିଲ୍ମର ନିର୍ମାଣ ୟଶରାଜ୍ ଫିଲ୍ମସର ବ୍ୟାନରରେ ହେବାକୁ ଯାଉଛି। ‘ଓ୍ଵାର’ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ। ୨୦୧୯ରେ ଜିରୋ ଫିଲ୍ମ ପରେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଶାହାରୁଖ ଖାନ୍ ନଜର ଆସିବେ। ଏହି ଫିଲ୍ମରେ ସଲମାନ୍ ଖାନ୍ଙ୍କୁ ଅତିଥିଭାବେ ଦେଖିବାକୁ ମିଳିଥିଲା। ସଲମାନ୍ ବିଗବସ୍ର ସୁଟିଂ ବେଳେ ଶନିବାର କହିଛନ୍ତି, ଜୀବନ ଚାଲୁଛି ଓ ଶୋ’ ବି ଜାରି ରହିବ। ବିଗ୍ବସ୍ ସରିବା ପରେ ଆମେ ପଠାନ୍ ତା’ପରେ ଟାଇଗର ଓ ତା’ ପରେ କଭି ଇଦ୍ କଭି ଦିଓ୍ଵାଲି ଆଡ଼କୁ ବଢ଼ିବା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0