ଭୋପାଳ: ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ବସ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୁଧବାର ଦିନ ୫୦ରେ ପହଞ୍ଚିଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ଚୌଧୁରୀ କହିଛନ୍ତି।ମଙ୍ଗଳବାର ସକାଳେ ମାତ୍ରାଧିକ ଯାତ୍ରୀଭରା ଏହି ଘରୋଇ ଯାତ୍ରୀବାହୀ ବସଟି ଏକ ଜଳପୂର୍ଣ୍ଣ କେନାଲ ମଧ୍ୟକୁ ଖସି ପଡ଼ିଥିଲା। ସିଦ୍ଧିରୁ ସାତନା ଅଭିମୁଖେ ଯାତ୍ରା କରୁଥିବା ଏହି ବସ୍ଟି ସିଦ୍ଧି ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୮୦ କିଲୋମିଟର୍ ଦୂରରେ ଥିବା ପାଟନା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିଦ୍ଧି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପଙ୍କଜ କୁମାଓ୍ଵାତ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିୟମିତ ଯାତାୟାତ ହେଉଥିବା ରାସ୍ତାରେ ଟ୍ରାଫିକ୍ ଗହଳି ରହୁଥିବାରୁ ଶୀଘ୍ର ପହଞ୍ଚିବା ପାଇଁ ଛୁଇହା ଉପତ୍ୟକା ନିକଟରେ ଡ୍ରାଇଭର୍ ଅନ୍ୟ ଏକ ରାସ୍ତାରେ ଗାଡ଼ି ଚଳାଉଥିଲେ। ସେ ବସ୍ରେ କିଛି ଚାକିରି ଆଶାୟୀଙ୍କର ପରୀକ୍ଷା ସମୟ ହୋଇଯାଉଥିବାରୁ ଦ୍ରୁତ ବେଗରେ ଗାଡ଼ି ଚଳାଇବାକୁ ସେମାନେ ଚାଳକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ, ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ବସ୍ଟି ଗୋଟାଏ କେନାଲ୍ ମଧ୍ୟକୁ ଖସିପଡ଼ିଥିଲା। ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ବଳର କର୍ମଚାରୀ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଉଦ୍ଧାର କାର୍ୟ୍ୟ କରୁଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0