ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବସିବାକୁ ଯାଉଛି ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ। ବିଧାନସଭାର କନଫରେନ୍ସ ହଲରେ ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ। ତେବେ ବୈଠକରେ ବିଭିନ୍ନ ଦିକଗୁ ନେଇ ଆଲୋଚନା ହୋଇଛି। ଚଳିତ ଥର ରହିବ ପ୍ରଶ୍ନକାଳ ଓ ତାରକା ପ୍ରଶ୍ନ ପଚାରିବେ ବିଧାୟକ।
ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଣ୍ଟା ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ । ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ୩ ଟାରୁ ସନ୍ଧ୍ୟା ୫ ଟା ଯାଏଁ ଥିଲା।
ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ। ଗୃହକାର୍ଯ୍ୟ ସୁପରିଚାଳନା ନେଇ ବିସ୍ତାର ଆଲୋଚନା ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0