କଳାହାଣ୍ଡି: କଳାହାଣ୍ଡି ନଗୁନିଆ ନିକଟରେ ବାଇକ୍କୁ ଧକ୍କା ଦେଲା ହାଇଓ୍ୱା। ଦୁର୍ଘଟଣାରେ ବାଇକ୍ ଚାଳକଙ୍କର ମୃତ ହୋଇଛି। ମୃତକ ହେଲେ ଧର୍ମଗଡ଼ ଥାନା କାଙ୍କେରି ଗାଁର ଦେବେନ୍ଦ୍ର ରଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ଓ ପରିବାର ବର୍ଗ। ଜୟପାଟଣା ଭବାନୀ ପାଟଣା ରାସ୍ତାକୁ ଅବରୋଧ କରି ଧାରଣା ଦେଇଛନ୍ତି ଲୋକେ। ଫଳରେ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0