ରାଉରକେଲା : ରାଉରକେଲା ନାବାଳକଙ୍କୁ ଥାନାରେ ଥାର୍ଡ଼ ଡ଼ିଗ୍ରୀ ଘଟଣାରେ ଉଦିନନଗର ସବ-ଇନ୍ସପେକ୍ଟର ମାନସ ନାଏକ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ରାଉରକେଲା ଏସ୍ପି ମୁକେଶ ଭାମୁ । ଏହାସହ ଦୁଇ ହୋମ ଗାର୍ଡ଼ଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନୋଟସ ଜାରି କରାଯାଇଛି । ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ଘରୁ ଉଠାଇ ଆଣି ଥାନାରେ ରଖି ଥାର୍ଡ଼ ଡ଼ିଗ୍ରୀ ଦେଇଥିଲା । ଏମିତି କି ସାରା ରାତି ଥାନାରେ ରଖି ନାବାଳକଙ୍କୁ ଉଲଗ୍ନ କରି ଇଲେଟ୍ରିକ ସକ ମଧ୍ୟ ଦିଆଯାଇଥିବାରୁ ନାବାଳକ ଅଭିଯୋଗ ଆଣିଥିଲେ । ଏହି ଥାର୍ଡ଼ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଏସ୍ପିଙ୍କୁ ନୋଟିସ କରିଥିଲେ । କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର କୟିଫତ ମାଗିଥିଲେ । ଏହି ଘଟଣାରେ ମଙ୍ଗଳବାର ଉଦିତନଗର ଥାନା ସବ-ଇନ୍ସପେକ୍ଟର ମାନସ ନାଏକଙ୍କୁ ନିଲମ୍ବନ କରିବା ସହ ସେହି ଉଦିତନଗର ଥାନାର ଦୁଇ ହୋମଗାର୍ଡ଼ଙ୍କୁ ବ୍ୟକ୍ତିଗତ ଭାବରେ ଏସ୍ପିଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ କରିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0