କେନ୍ଦୁଝର: ବଡ଼ବିଲ ପୁରୀ ଇଣ୍ଟର ସିଟି ଯାତ୍ରୀ ବାହି ଟ୍ରେନ ଦୀର୍ଘଦିନ ଧରି ବନ୍ଦ ଯୋଗୁ କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଂଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ । ପୁଣି ଥରେ ଯାତ୍ରୀ ବାହି ଟ୍ରେନକୁ ଚାଲୁ କରିବାକୁ ଅଂଚଳ ବାସୀଙ୍କ କେନ୍ଦ୍ର ସରକାର ଙ୍କ ନିକଟ ରେ ଦାବୀ । ଦୈନିକ ବଡ଼ବିଲ ପୁରୀ ଇଣ୍ଟର ସିଟି ଯାତ୍ରୀ ବାହୀ ଟ୍ରେନ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ,ଖଣି ଶ୍ରମିକ ଦୀର୍ଘ ଦିନ ଧରି ଟ୍ରେନ ବନ୍ଦ ରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିବା ଦେଖିବାକୁ ମିଳିଛି । କରନା କଟକଣା ଯୋଗୁ ଦୈନିକ ଯାତାୟତ କରୁଥିବା ଟ୍ରେନ ବନ୍ଦ ହେବା ଫଳରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ,ଯୋଡ଼ାରୁ ବିଭିନ୍ନ କାର୍ୟ୍ୟରେ ଭୁବନେଶ୍ୱର ,ପୁରୀକୁ ଯାତାୟତ କରୁଥିବା ଯାତ୍ରୀ ମ।ନେ ଆର୍ଥିକ କ୍ଷତି ସାହୁଥିବା ଦେଖିବାକୁ ମିଳିଛି । ଯୋଡ଼ା ଖଣି ଅଂଚଳରେ ପ୍ରତେକ ଦିନ ଖଣିଜ ପରିବହନ ଯୋଗୁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଯାତ୍ରୀ ମ।ନେ ବସରେ ଯାଇ ଠିକ ସମୟରେ ଠିକଣା ଯାଗାକୁ ପହଂଚି ପାରୁ ନଥିବା ଦେଖିବାକୁ ମିଳୁଛି । ଡିଜେଲର ଆକାଶ ଛୁଆଁ ମୁଲ୍ୟ ବୃଦ୍ଧି ଯୋଗୁ ବସ ଭଡା ବୃଦ୍ଧି ପାଇବା ଯାତ୍ରୀ ମାନଙ୍କ କ୍ଷେତ୍ରରେ ଆର୍ଥିକ କ୍ଷତି ସାହୁଥିବା ଦେଖିବାକୁ ମିଳୁଛି । ଯୋଡା ଖଣି ଅଂଚଳ ସହିତ ବଡ଼ବିଲ ପୁରୀ ଇଣ୍ଟର ସିଟି ଏକ ମାତ୍ର ଟ୍ରେନ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ ପୂରିକୁ ଯାତାୟତ କରୁଥିବା ବେଳେ ସମଗ୍ର ଜିଲ୍ଲାବାସୀ ଏହି ଟ୍ରେନ ଉପରେ ନିର୍ଭର କରି ଚଳି ଆସୁଥିଲେ । ଏହି ଯାତାୟତ ସମସ୍ୟାର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା ଯୋଡ଼ା ଖଣି ଅଂଚଳ ବାସୀଙ୍କ ପାଖରେ ଉପଲବ୍ଧ ନଥିବା ବେଳେ ତୁରନ୍ତ କେନ୍ଦ୍ର ସରକାର ବଡ଼ବିଲ ପୂରି ଯାତ୍ରୀ ବହି ଟ୍ରେନକୁ ଚାଲୁ କରିବାକୁ ସର୍ବ ସାଧାରଣ ଦାବି କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0