ଘସିପୁରା: ଢେଙ୍କିକୋଟ ସମିତି ସଭ୍ୟ ଲକ୍ଷ୍ମପ୍ରିୟା ସାହୁଙ୍କ ଦେହାନ୍ତ । ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୁଃଖଦ କଥା ଲକ୍ଷ୍ମୀପ୍ରିୟା ତାଙ୍କ ପୁଅ ଅଜୟ ସାହୁଙ୍କ ଦେହାନ୍ତର ୧୫ଦିନ ପରେ ମୃତୁ୍ୟ ବରଣ କରିଛନ୍ତି । ତାଙ୍କ ଶବାଧାରରେ ଢେଙ୍କିକୋଟର ବହୁ ଜନସାଧାରଣ ସାମିଲ ହୋଇଥିଲେ । ଖବର ପାଇ ଘସିପୁରା ବ୍ଲକ ଏକ୍ସ ଚେୟାରମ୍ୟାନ ଦେବାଶିଷ ପାତ୍ର, ଜିଲ୍ଲାସଭାପତି ବୁବୁଲା ବାବୁ ,ଜିଲ୍ଲାପରିଷଦ ସୁମିତ୍ରା ମହାନ୍ତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତେ ଲକ୍ଷ୍ମୀପ୍ରିୟାଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଯାତ୍ରାରେ ସାମିଲ ହୋଇଥିଲେ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0