ଦେଶରେ ପୁଣି ବଢ଼ିଲା ପେଟ୍ରୋଲ–ଡିଜେଲ ମୂଲ୍ୟ। ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ତୈଲ ଦର ସେଞ୍ଚୁରୀ ମାରିବାକୁ ଆଡକୁ ମୁହାଁଇଛି। ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାଖାପାଖି ପହଞ୍ଚି ସାରିଲାଣି। ଚଳିତବର୍ଷର ରେକର୍ଡ ଭାଙ୍ଗିଛି ପେଟ୍ରୋଲ ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ୧୦୦ଟଙ୍କା ପାର ହୋଇଛି। ସେଠାରେ ପେଟ୍ରୋଲ ଦର ଶହେ ଟଙ୍କା ୧୩ ପଇସା ରହିଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୧୩ ପଇସା ରହିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୯ ଟଙ୍କା ୫୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୭୯.୯୫ରେ ପହଁଚିଛି। ଲଗାତାର ନବମ ଦିନ ପାଇଁ ତେଲ ଦର ବୃଦ୍ଧି ହୋଇଛି। ଫେବୃଆରୀ ମାସରେ ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0