ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଅସୁସ୍ଥ । ଯୋଧପୁର ଜେଲରେ ବନ୍ଦ ଥିବା ଆଶାରାମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଜେଲ ଭିତରେ ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର କରାଯାଇଥିଲା। ତାଙ୍କୁ ପ୍ରଥମେ ରାଜସ୍ଥାନ ଯୋଧପୁର ସ୍ଥିତ ମହାତ୍ମାଗାନ୍ଧୀ ହସ୍ପିଟାଲ ଏବଂ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଭର୍ତ୍ତି ହେବା ପରେ ଆଶାରାମଙ୍କ ଅନେକ ପ୍ରକାରର ଟେଷ୍ଟ କରାଯାଇଛି। ରକ୍ତଚାପ ସହ ତାଙ୍କ ଆଣ୍ଠୁରେ ବ୍ୟଥା ଥିବା ଜଣାପଡିଛି। ୨୦୧୩ରେ ଆଶାରାମଙ୍କ ନାଁରେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ଆଶାରାମଙ୍କ ଉପରେ ପୋକସୋ, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, ଦୁଷ୍କର୍ମ, ଅପରାଧୀକ ଷଡଯନ୍ତ୍ର ପରି ଅନେକ କେସ୍ ରହିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0