ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ମୁମ୍ବାଇରେ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହରେ କେବଳ ପରିବାରର କିଛି ନିକଟତମ ବନ୍ଧୁ ପରିଜନ ସାମିଲ ହୋଇଥିଲେ। ବିବାହରେ ଦିୟା କିଛି ଏମିତି କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀଙ୍କର ଏହି ପଦକ୍ଷେପକୁ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି।ସବୁବେଳେ ନାରୀ ସଶକ୍ତିକରଣ କଥା କହୁଥିବା ଦିୟା ନିଜ ବିବାହରେ ଜଣେ ମହିଳା ପଣ୍ଡିତଙ୍କୁ ଡାକିଥିଲେ। ମହିଳା ପଣ୍ଡିତ ହିଁ ଦିୟାଙ୍କ ବିବାହ କରାଇଥିଲେ। ବିବାହ ବେଳର ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦିୟା ମିର୍ଜା। ଏଥିସହ ସେ ମହିଳା ପଣ୍ଡିତଙ୍କୁ ମଧ୍ୟ ଧନ୍ୟବାନ ଜଣାଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0