ବାଲିଆପାଳ: ବାଲିଆପାଳ ସ୍ଥିତ କାଉମାରୀ ଗ୍ରାମରେ ଟି-୨୦ କ୍ରିକେଟ ଟୁର୍ଣ୍ଣମେଂଟ ଉଦଯାପିତ । ହୃଷିକେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ କେ.ଏମ.ସି.ଟି ଠାରେ ୧୮ ତମ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ୧୦ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣମେଂଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ରେ ୟୁନିକ କ୍ଲବ ବାଲେଶ୍ୱରକୁ ୯ ୱିକେଟରେ ହରାଇ ବିକାଶ କ୍ଲବ ଚାନ୍ଦିପୁର ଚମ୍ପିୟାନ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବାଲିଆପାଳ ବ୍ଲକ ଚେୟାରମ୍ୟାନ ବିଜନ ନାୟକ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଜଗଦୀଶ ମିଶ୍ର,,ସାମ୍ବାଦିକ ସାନ୍ତନୁ କୁମାର ମହାପାତ୍ର,, ଯୁବକଂଗ୍ରେସର ଜିଲ୍ଲା ଉପସଭାପତି ବିଶ୍ବଜିତ୍ ପ୍ରଧାନ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟ କାଉମାରୀ ଗ୍ରାମର ଯୁବକ ମାନଙ୍କ ପ୍ରଚେଷ୍ଟାରେ ଦୀର୍ଘ ୧୮ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ପରିଚାଳନାରେ ପ୍ରସାନ୍ତ ଦାସ,ନିରଂଜନ ଅଣ୍ଡିଆ ଥିବା ବେଳେ ଅଭୟ ସାମନ୍ତରାୟ ସଟ ସ୍କୋର ବୋଡ ଦାୟିତ୍ବ ଗ୍ରହଣ କରି ସୁଚାରୁ ରୂପେ ତୁଲାଇଥିଲେ। ଯୁବ ସଦସ୍ୟ ଉତ୍ସାହର ସହିତ ଲାଇନ ମ୍ୟାନ କାର୍ୟ୍ୟ ତୁଲାଇଥି ବାରୁ ଗ୍ରାମବାସୀ ମାନେ ଖେଳ କମିଟି ର ସଦସ୍ୟ ମାନଙ୍କୁ ପ୍ରସଂସା କରିଥିଲେ। ଅନ୍ୟ ସଦସ୍ୟ ଏବଂ ଗ୍ରାମ ବାସୀ ମନେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ କାର୍ୟ୍ୟ ରେ ସହଯୋଗ କରିଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0