spot_img

ଘଟଗାଁ ; କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟୋଲଗେଟ ନିକଟରୁ ବନ ବିଭାଗ ଏକ କାଠ ବୋଝେଇ ପିକଅପ୍ ଭ୍ୟାନ ଜବଦ କରିଛି । ମିଳିଥିବା ସୂଚନା ଅନୁଯାୟୀ କାଠ ମାଫିଆ ମାନେ କାଠ ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗ କୈଣସି ସୂତ୍ରରୁ ଖବର ପାଇ ଢେଙ୍କିକୋଟ ଟୋଲଗେଟ ନିକଟରେ ଆଜି ବନ ବିଭାଗ କର୍ମଚାରୀ ମାନେ ଜଗିରହିଥିଲେ । କାଠ ବୋଝେଇ ପିକଅପ୍ ଭ୍ୟାନ ଟୋଲଗେଟ ନିକଟରେ ପହଂଚିବା ପରେ ବନ ବିଭାଗ ଗାଡିଟିକୁ ଧରିବାକୁ ସଫଳ ହୋଇଥିବା ବେଳେ ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ଜବତ କାଠ ଗୁଡିକର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଘଟଗାଁ ରେଞର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular