spot_img

ରାଞ୍ଚି ଉଚ୍ଚ ନ୍ୟାୟାଳୟ ର ସ୍ଥାୟୀ ବେଞ୍ଚ ” ଦୁମକା ରେ ” , ସୋରେନ ଙ୍କ କାର୍ଯ୍ୟଶୈଳୀ ପ୍ରେରଣା ଦେବକି ପଟ୍ଟନାୟକ ଙ୍କୁ ….?

ଭୁବନେଶ୍ୱର(ଚନ୍ଦନ ପଣ୍ଡା): ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା |୩୦ଟି ଜିଲ୍ଲାକୁ ନେଇ ଗଠିତ ଓଡିଶା ରାଜ୍ୟ | ରାଜ୍ୟର ରାଜଧାନୀ ଭୁବନେଶ୍ୱର ହୋଇଥିବା ବେଳେ ଉଚ୍ଚ ନୟାଳୟ କଟକ ରେ |ଦୂର ଦୁରାନ୍ତରୁ ଓଡ଼ିଶାର ସୀମାନ୍ତ ଅଞ୍ଚଳରୁ ଆଇନଗତ ମାମଲା ନେଇ ସମସ୍ତେ ଆସନ୍ତି କଟକ |କିନ୍ତୁ ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡିଶା ରେ ଉଚ୍ଚ ନ୍ୟାୟାଳୟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ଏ ଦାବି ହୋଇ ଆସୁଛି |ବିଭିନ୍ନ ସମୟରେ ଏହାକୁ ନେଇ ଧାରଣା ଓ ଅଖଚକ ବନ୍ଦ ଭଳି ଖବର ଆପଣମାନେ ଗଣମାଧ୍ୟମରେ ଦେଖିପାରୁଥିବେ | ବାରମ୍ବାର ଏଭଳି ହେବା ଫଳରେ ଅନେକ ସମୟରେ ଓଡିଶାରୁ ପଶ୍ଚିମ ପ୍ରାନ୍ତର ୧୧ ଟି ଜିଲ୍ଲା କୁ ନେଇ “କୋଶଳ’ ରାଜ୍ୟ ଗଠନ କରିବା ସହ ,ଓଡିଶା ଠାରୁ ଅଲଗା ହେବାକୁ ଆନ୍ଦୋଳନ ହେଉଛି  |ଏହା ସତ୍ୱେ ସରକାର ଯେମିତି ଚୁପ ବସିଛନ୍ତି  କାରଣ କାରଣ ପଶ୍ଚିମ ଓଡ଼ିଶାର କେଡ ସ୍ଥାନରେ  ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ସରକାର ଜାଣି ପାରୁ ନାହାନ୍ତି | ପଶ୍ଚିମ ଓଡ଼ିଶାର ଆନ୍ଦୋଳନରତ ଜନ ସାଧାରଣଙ୍କ ପାଇଁ ଖୁସିର ବିଷୟ ଯେ  ଝାଡ଼ଖଣ୍ଡର ଯୁବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚି ଉଚ୍ଚ ନ୍ୟାୟାଳୟ ର ସ୍ଥାୟୀ ବେଞ୍ଚ ” ଦୁମକା ରେ କରିବାକୁ ଘୋଷଣା କରିଛନ୍ତି |ଏ ସମ୍ପର୍କରେ ସେ କେନ୍ଦ୍ରକୁ ତାଙ୍କର ଅନୁରୋଧ ପତ୍ର ପଠାଇ ଦେଇଛନ୍ତି |ଏବଂ ଏହା ସହିତ କେଉଁ ଅଂଚଳ ଗୁଡିକ ଯୋଡିହୋଇ ରହିବ ତାହା ମାନ୍ୟବର ସର୍ବୋଚ୍ଚ ନୟାଳୟ ସ୍ଥିର କରିବେ ବୋଲି କହିଛନ୍ତି | ସୂଚନାଯୋଗ୍ୟ ଝାଡ଼ଖଣ୍ଡ ଓଡିଶା ଠାରୁ ତୁଳନାତ୍ମକ ଭାବେ ଛୋଟ ରାଜ୍ୟ |ବିହାର ଠାରୁ ଅଲଗା ହୋଇ ୧୫ ନଭେମ୍ବର ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେଲା ଓ ରାଞ୍ଚି ସହର କୁ ରାଜଧାନୀ ଭାବେ ପ୍ରସ୍ତୁତ କରାଗଲା | ଏଠାରେ କହି ରଖିବାକୁ ଚାହୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତାହାର ସାତ ରୁ ଆଠ ମାସ ଭିତରେ  ଝାଡ଼ଖଣ୍ଡ ରାଜ୍ୟ ଗଠନ ହେଲା |ଅର୍ଥାତ ଝାଡ଼ଖଣ୍ଡ ଠାରୁ ଆମ ରାଜ୍ୟ  ୬୬ ବର୍ଷ ଆଗରୁ |ଏ ସମୟ ଭିତରେ  ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଯାଇଛନ୍ତି |କିନ୍ତୁ ନବୀନ ବାବୁ ଦୀର୍ଘ ଦୁଇ ଦଶନ୍ଧି ଧରି ଶାସନ ଭାର ସମ୍ଭାଳିଛନ୍ତି |କିନ୍ତୁ ଫଳ କଣ ? ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏତେ କାମ ସମୟ ଭିତରେ କରି ପାରିଲେ | କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲମ୍ବା ସମୟ ଧରି ଶାସନ ଡୋରି ସମ୍ଭାଳିଥିବା ବେଳେ ଏଯାଏ ସ୍ଥାନ ନିରୂପଣ କରିପାରିଲେ ନାହିଁ |ଏହା ଆଶ୍ଚର୍ଯ୍ୟ ନୁହେଁ ତ ଆଉ କଣ ? ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହାକୁ ସ୍ୱାଗତ କରିବା ସହ  ଦୂରଦୃଷ୍ଟିସମ୍ପର୍ଣ୍ଣ ନିଷ୍ପତି ବୋଲି କହିଛନ୍ତି |ତେବେ ଏଠାରେ ପ୍ରଶ୍ନ ଉଠୁଛି ପଶ୍ଚିମ ଓଡ଼ିଶାରେ ସଂଗଠନ ଦୁର୍ବଳ ଥିବାରୁ ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ କୁ ଆଖି -ଆଗରେ ରଖି  ଦୁଇ ଗୁଣା ବଢ଼େଇବା ପାଇଁ ନିଷ୍ପତି ନେଇନାହାନ୍ତି ତ ନବୀନ ବାବୁ ? ଅତ୍ୟନ୍ତ ଦୁଃଖର ବିଷୟ ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ କହିଥିଲେ ଓଡିଶାରୁ ଏଯାଏ ସ୍ଥାୟୀ ବେଞ୍ଚ ନେଇ ସଠିକ ଢଙ୍ଗରେ ପ୍ରସ୍ତାବ ଆସିନାହିଁ |ତେଣୁ ଏହା ସମ୍ଭବ ହେବେ କିପରି | ତେବେ ଶେଷରେ ଏତିକି କହିବୁ ବ୍ୟବସ୍ଥା ଅନୁସାରେ ସବୁ ଠିକ ଠାକ ହେଉ |ପରେ ଉଚ୍ଚ ନୟାଳୟ ର ମୁଖ୍ୟ ବିଚାରପତି ଙ୍କ ଅନୁମୋଦନ କ୍ରମେ  କେନ୍ଦ୍ର ସରକାର ଙ୍କ ନିକଟକୁ ଯାଉ |ସବୁ ଦୃଷ୍ଟିରୁ ସଠିକ ହେଲାପରେ ତାହା ସର୍ବୋଚ୍ଚ ନିୟାଳୟ ପାଖକୁ ପଠାଯାଉ |କିନ୍ତୁ ଏ ପର୍ଯ୍ୟନ୍ତ ସଠିକ ସ୍ଥାନ ନିରୂପଣ ନକରି ଅନ୍ଧାରରେ ବାଡ଼ି ବୁଲାଇ ଵିଭ୍ରାନ୍ତି କରିବାର ବିଳମ୍ୱ କାହିଁକି | ଏହାକୁ ବିଶ୍ୱସ୍ତରୀୟ କରାଯିବକି ? ଆମେ ଆଶା କରୁଛୁ ଝାଡ଼ଖଣ୍ଡ ର  ସୋରେନ ଙ୍କ କାର୍ଯ୍ୟଶୈଳୀ  ଓଡ଼ିଶାର ପଟ୍ଟନାୟକ ଙ୍କୁ ପ୍ରେରଣା ଦେବ ଓ ଯଥା ଶୀଘ୍ର ସେ ଏଦିଗରେ ଅବିଳମ୍ବେ ନିଷ୍ପତି ନେବେ ….

LEAVE A REPLY

Please enter your comment!
Please enter your name here

- Advertisment -

Most Popular