spot_img

ଜଳେଶ୍ୱର; ଅଜଣା କାର ଧକ୍କାରେ ଯୁବକ ମୃତ

ଜଳେଶ୍ୱର: ଅଜଣା କାର ଧକ୍କାରେ ଯୁବକ ମୃତ । ଜଳେଶ୍ୱର ରାଇବଣିଆ ଥାନା କବାଟ ଘାଟି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ପଶ୍ଚିମବଙ୍ଗ ଯୋଗିଶୋଳ ଗ୍ରାମର ସିମଲ ସୋରେନ ନାମକ ଜଣେ ଯୁବକ ଏହି ଦୁର୍ଘଟଣାର ଶୀକାର ହୋଇଛନ୍ତି । କବାଟ ଘାଟି ଛକ ନିକଟରେ ଏକ ଅଜଣା କାର ଦ୍ରୃତଗତିରେ ଆସି ସିମଲକୁ ଧକ୍କା ଦେଇଥିଲା । ଫଳରେ ସେ ୨୦ ଫିଟ ଦୁରକୁ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ହାତିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରିଥିଲେ । ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ କବାଟ ଘାଟି ଛକରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ, ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଝାକରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular