ମୁନିଗୁଡା : ରାୟଗଡା ମୁନିଗୁଡା ଅଞ୍ଚଳରୁ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲା । ଦ୍ରୁତ ଗତିରେ ଯାଉଥିବା ଦୁଇଟି ଦାମୀ କାରକୁ ଅଟକାଇଥିଲା ପୋଲିସ । କାର ଗୁଡିକୁ ଛାଡି ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ କାର ଯାଞ୍ଚ ବେଳେ ଉକ୍ତ ଦୁଇଟି କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜାଣିପାରି ଥାନାକୁ ଆଣିଥିଲା ପୋଲିସ । ଯାଞ୍ଚ ପରେ ଦୁଇଟି କାରରୁ ଏକ କ୍ବିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା ସେ ନେଇ ଖୋଳତାଡ ଜାରି ରଖିଛି ପୋଲିସ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0