spot_img

ଲୋକଙ୍କ ସେବାରେ ଆଜାଦୀ ଠେଙ୍ଗା ବାହିନୀ , ଶହସ୍ର ସୈନିକଙ୍କର ନେତୃତ୍ଵ କୃଷକ ଲକ୍ଷ୍ମଣ ଦାଶ ….

ଭୁବନେଶ୍ୱର (ଚନ୍ଦନ ପଣ୍ଡା): ଆଜିର ଶିଶୁ କାଲିର ନାଗରିକ , ନାଗରିକ ମାନେ ସଚେତନ ଓ ସଜାଗ ହେବା ଦରକାର |ନିଜର ଭାଗ୍ୟ ଓ ଭବିଷ୍ୟତ କୁ ନିଜ ହାତରେ ତିଆରି କରିବା ଦରକାର | ଶୃଙ୍ଖଳା .ନିଷ୍ଠା ଓ ସତ୍ୟବାଦୀତା କୁ ଜୀବନର ବ୍ରତ ଭାବେ ଧରି ଆଗକୁ ବଢିବା ଦରକାର | ଯୁବାବସ୍ଥାରୁ ଦେଶ ମାତୃକାର ସେବା ପାଇଁ ଅନୁରାଗ ରଖି ନିସ୍ଵାର୍ଥପର ସେବା କରିବା ପାଇଁ ଆଜିର ଯୁବପିଢ଼ି ଆଗେଇ ଆସିବା ଦରକାର | ଏଭଳି କିଛି କଥାକୁ ମନ୍ତ୍ରକରି ୧୯୯୯ ମସିହାରୁ ଆଜାଦୀ ଠେଙ୍ଗା ବାହିନୀ ବା ଇଣ୍ଡିଆନ କମ୍ୟୁନିଟି ପୁଲିସି ର ସଂଗଠନ ଆରମ୍ଭ କରି ଆଗକୁ ଚାଲିଛନ୍ତି କୃଷକ ଲକ୍ଷ୍ମଣ ଦାଶ |ଘର ତାଙ୍କର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ର ଦୁର୍ଗାପୁର ଗାଁ | ତେବେ ଆପଣମାନେ ନାମ ପୂର୍ବରୁ ଡାକ୍ତର ,ଇଂଞ୍ଜିନିଅର ,ଓକିଲ ଆଦି ନାମ ଶୁଣିଥିବେ କିନ୍ତୁ ନାମ ପୂର୍ବରୁ କୃଷକ ଏହା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା ସହିତ ଅମୋଦିତ କରୁଥିବ |୧୯୭୫ ମସିହାରେ ବ୍ରାହ୍ମଣୀ ନଦୀ ପଠାରେ ରାସାୟନିକ ସାର ଓ କୀଟନାଶକକୁ ବାଦ ଦେଇ ଜୈବିକ ଧାନ କରି ବେଶ ସୁନାମ ଓ ପ୍ରଶଂସା ସାଉଁଟିଥିଲେ |ଏହା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ କୃଷି ବିଶେଷଜ୍ଞ ଦଳ ତାଙ୍କ ନିକଟରେ ପହଞ୍ଚି ଧାନକୁ ପରୀକ୍ଷା କରି ସିଦ୍ଧାନ୍ତରେ ଉପନୀତ ହେଲାପରେ |କୃଷି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ ଦେବାପାଇଁ ମନସ୍ତ କରାଯାଇଥିଲା | କିନ୍ତୁ ଶ୍ରୀଯୁକ୍ତ ଦାଶ ଅନୁରୋଧ କରିଥିଲେ ଯେ କୃଷକ ସବୁବେଳେ ଅବହେଳିତ କୃଷକ ତେଣୁ କୃଷକ ଓ କୃଷିକୁ ପ୍ରାଧ୍ୟାନ ଦିଆଯାଉ |ଏବଂ ଡକ୍ଟରେଟ କୁ ନା କହିଥିଲେ | କାରଣ ତାଙ୍କ ମତରେ ଡାକ୍ତର ଡାକ୍ତର ,ଇଂଞ୍ଜିନିଅର ,ଓକିଲ ଆଦି ତାଙ୍କ ପଦକୁ ନେଇ ଗର୍ବ କରୁଥିବା ବେଳେ କୃଷକ ସବୁବେଳେ ଯେଉଁ ତିମିରେ କୁ ସେଇ ତିମିର | ତାଙ୍କଠାରୁ ଏସବୁ ବିଷୟରେ ଅବଗତ ହେଲାପରେ ୧୯୮୦ ମସିହା ମାର୍ଚ୍ଚ ୧୦ ତାରିଖରେ ତାଙ୍କୁ କୃଷକ ସମ୍ମiନ ପ୍ରଦାନ କରାଯାଇଥିଲା |ଏବେ ଶ୍ରୀଯୁକ୍ତ ଦାଶ ତାଙ୍କ କୁଆଖିଆ ସ୍ଥିତ କ୍ଷେତରେ ବିଭିନ୍ନ ରକମର ପରିବା ଚାଷ କରୁଛନ୍ତି | ସାଧାରଣ ପରିବାରରେ ଜନ୍ମିତ ଶ୍ରୀଯୁକ୍ତ ଦାଶଙ୍କର ବୟସ ପାଖାପାଖି ଚାରି କୋଡ଼ି |ଅର୍ଥାତ ୭୯ ବୟସରେ ରେ ବି ସେ ସକ୍ରିୟ ସେବା କରିଚାଲିଛନ୍ତି | ନିସ୍ଵାର୍ଥପର ଭାବେ “ସାଧାରଣ ଲୋକଙ୍କ ଦ୍ୱାରା -ସର୍ବଧରଣଙ୍କ ସୁରକ୍ଷା ବ୍ୟବସ୍ଥା” ଏଭଳି ଏକ ଉକ୍ତିରେ ରେ ଗଠନ ହୋଇଛି ” ଆଜାଦୀ ଠେଙ୍ଗା ବାହିନୀ ” |ତାଙ୍କର ଡାକରା “ମୋ ସରକାରରେ ମୁଁ ପୋଲିସ” |ଶ୍ରୀଯୁକ୍ତ ଦାଶ ପ୍ରଥମେ ତାଙ୍କ ଗାଁ ରୁ ୨୦ ଜଣ ସଦସ୍ୟଙ୍କୁ ନେଇ ଏ ସଂଗଠନ ଆରମ୍ଭ କରିଥିଲେ | ୧୯୯୯ ରେ ପ୍ରଳୟଙ୍କରୀ ମହାବାତ୍ୟା ରେ ଠେଙ୍ଗା ବାହିନୀ ସଂଗଠନ ପକ୍ଷରୁ ଦୀର୍ଘ ଦୁଇ ମାସ ଧରି ୧୨୦ ଉର୍ଦ୍ଧ୍ୱ ସୈନିକ ଉଦ୍ଧାର କାର୍ଯ୍ୟ , ଚୁଡା ,ଚାଉଳ ,ରନ୍ଧନ ଖାଦ୍ୟ ଓ ଥଇଥାନ କାର୍ଯ୍ୟକରି ସେ ସମୟରେ ବେଶ ପ୍ରଶଂସା ସାଉଁଟିବା ସହ ରାଜ୍ୟ ସରକାର ଏହାକୁ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କରିଥିଲେ | ଯାହାର ପତ୍ର ସଂଖ୍ୟା – ୬4୯ ୮୦ ପି .ଡି .ଏ .ଇ -୧୦୭\୯୯ |ସେବେଠାରୁ ଠେଙ୍ଗା ବାହିନୀ ଆଉ ପଛକୁ ଫେରିନି |ସଦାସର୍ବଦା ସେବାମୂଳକ କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଛି |କଟକ ର ବାଲିଯାତ୍ରା ଠାରୁ ବରଗଡ଼ ର ଧନୁଯାତ୍ରା ,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଠାରୁ ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳା | ସେହିପରି ବାରବାଟୀର କ୍ରିକେଟ ମ୍ୟାଚ ଠାରୁ ରାଜସ୍ଥାନର ପୁସ୍କର ମେଳା ,ଯାଜପୁର ର ବାରୁଣୀ ଯାତ୍ରା ଠାରୁ ଯୋରନ୍ଦା ର ମାଘ ସପ୍ତମୀ ଏବଂ ସଡକ ସୁରକ୍ଷା ସଚେତନତା ଭଳି ବହୁ ଯାନି ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ଅନେକ ପ୍ରଶଂସା ଓ ପ୍ରସିଦ୍ଧି ଲାଭ କରିଛି କୃଷକ ଲକ୍ଷ୍ମଣ ଦାଶଙ୍କ “ଆଜାଦୀ ଠେଙ୍ଗା ବାହିନୀ” | ଜାତୀୟ ରାଜପଥ ୧୬ ରେ ଭୁବନେଶ୍ୱର ରୁ ଭଦ୍ରକ ଅଭିମୁଖେ ଗସ୍ତ କଲେ ମଝିରେ ଆସିବା ବାରବାଟୀ ପରିବା ହାଟ ,ଏହାର ମୁଖ୍ୟ କାର୍ଯ୍ୟାଳୟ ଏଠାରେ ରହିଛି | କରୋନା ଭଳି ଆର୍ଥିକ ସଙ୍କଟ ସମୟରେ ୧୦୩ ଧରି ଜାତୀୟ ରାଜପଥରେ ଯାଉଥିବା ହଜାର ହଜାର ପ୍ରବାସୀଙ୍କୁ ଖାଦ୍ୟ ପାନୀୟ ଓ ସେବା ଯୋଗାଇ ଠେଙ୍ଗା ବାହିନୀ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି | ଶହସ୍ରiଧିକ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀ ରୂପେ ଏହି ସଙ୍ଗଠନରେ କାମ କରୁଛନ୍ତି |ଦୀର୍ଘ ୫୦ ବର୍ଷ ଧରି ସେବା ଯୋଗାଇ ଆସୁଥିବା କୃଷକ ଲକ୍ଷ୍ମଣ ଦାଶଙ୍କ ଠେଙ୍ଗା ବାହିନୀ ଆଗମୀ ଦିନରେ ସେବା .ଓ ଶାନ୍ତି ଶୃଙ୍ଖଳା ଦିଗରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଖୁବ ଆଶାବାଦୀ ଅଛନ୍ତି କୃଷକ ଲକ୍ଷ୍ମଣ ଦାଶ |

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular