ଅହମ୍ମଦବାଦ: ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମ୍ୟାଚ । ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରଜର ତୃତୀୟ ମ୍ୟାଚ ଅହମ୍ମଦବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ । ୨୪ ଫେବୃଆରୀରୁ ଏଠାରେ ହେବାକୁ ଥିବା ଦିବାରାତ୍ର ମ୍ୟାଚ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟେରା ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିବେ । ଏଠାରେ ୧ ଲକ୍ଷ ୧୦ ହଜାର ଲୋକ ଏକତ୍ର ବସି ମ୍ୟାଚ ଦେଖିପାରିବେ । ମାତ୍ର କୋଭିଡ ପାଇଁ ଏଠାରେ ୫୫ ହଜାର ଲୋକଙ୍କୁ ମ୍ୟାଚ ଦେଖିବା ପାଇଁ ଅନୁମତି ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0