ଠାକୁରମୁଣ୍ଡା : ଛେଳି ଚୋରୀ କରି କାର ରେ ନେଇ ଯାଉଥିବା ସମୟରେ ଲୋକମାନଙ୍କ ଦ୍ଵାରା ଧରା ପଡିଛନ୍ତି ୨ ଜଣ ଛେଳି ଚୋର । ଅନ୍ୟ ଦୁଈ ଜଣ ଖସି ପଳାଇଯାଇଛନ୍ତି । ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଗୁଡିସାହି ରୁ ଗୋଟିଏ ଛେଳି (ଖାସୀ ) କୁ ଧରି ଏକ ଇଣ୍ଡିକା କାର ରେ ନେବା ସମୟରେ ଲୋକମାନେ ଦେଖି ଥିଲେ । କାର ଟିରେ ଛେଳି କୁ ସେଠାରୁ ନେଇ ଆସୁଥିବା ବେଳେ ଲୋକେ ଅସନବଣି ଗ୍ରାମ ନିକଟରେ ରାସ୍ତାରେ ଗାଡି ଅଟକାଇବାରୁ କାର ଛାଡି ଦୌଡିଥିଲେ । ତେବେ ଗ୍ରାମବାସୀ ୨ ଜଣ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲେ ବେଳେ ଅନ୍ୟ ଦୁଇ ଜଣ ଖୋସି ଯାଇଛନ୍ତି। କାର ଭିତରେ ୨ ଟି ଛେଳି ମୁହଁ ରେ ବ୍ଲାକ୍ ଟେପ୍ ଗୁଡାଇ ବନ୍ଦ ଅବସ୍ଥା ରେ ଲୋକ ମାନେ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ପରେ ପୋଲିସ କୁ ଜିମା ଦେଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0