spot_img

ରାୟଗଡାରେ ମାଓ ପୋଷ୍ଟର

ରାୟଗଡା: ରାୟଗଡା ଜିଲ୍ଲାରେ ପୁଣି ଲାଗିଲା ମାଓ ପୋଷ୍ଟର । ଅମ୍ବାଦଳା ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନିକଟରେ ଥିବା ଗଛ, ପଞ୍ଚାୟତ କାର୍ୟ୍ୟାଳୟର ପାଚେରୀ ଓ ଗୋଟିଏ ବସରେ ୭ଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ମାଓବାଦୀମାନେ ଶଙ୍କର ପାତ୍ର ଓ ହେମନ୍ତ ପାତ୍ରଙ୍କୁ ହତ୍ୟା କରିଥିବାର କାରଣ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ସେପ୍ଟେମ୍ବର ମାସରେ କନ୍ଧମାଳ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟଣାରେ ଏହି ୨ ଜଣ ପୋଲିସକୁ ଖବର ଦେଇଥିଲେ । ତେଣୁ ଏମାନଙ୍କୁ ପ୍ରଜାକୋର୍ଟରେ ହତ୍ୟା କରାଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଲିସ ନୀରିହ ଲୋକଙ୍କୁ ମଦ ଓ ମାଂସ ଦେଇ ଇନଫର୍ମର କରୁଛି ଓ ପୂର୍ବରୁ ହୋଇଥିବା ଅନ୍ୟାନ୍ୟ ଏନକାଉଣ୍ଟରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପୋଷ୍ଟର ସିପିଆଇ ମାଓବାଦୀ ସଂଗଠନର ବାଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular