ଖୋର୍ଦ୍ଧା: ଅନୁମତି ନନେଇ ଯାତ୍ରା ପରିବେଷଣ କରାଯାଉଥିଲା। ଏ ନେଇ ଅଭିଯୋଗ ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ଯାତ୍ରା ବନ୍ଦ କରିଛନ୍ତି। ମହାମାରୀ କରୋନାର ଲେଉଟାଣୀ ଆଶଙ୍କା କରି ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା ବନ୍ଦ ପରେ ଯାତ୍ରା କଳାକାର ଓ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୧୯ ତାରିଖରୁ ବେଗୁନିଆରେ ଯାତ୍ରା ପରିବେଷଣ କରୁଥିଲା ରଙ୍ଗମହଲ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେଇନଥିଲେ। ପ୍ରଥମ ରଜନୀରେ ରଙ୍ଗମହଲ ପରିବେଷଣ କରିଥିବା ନାଟକକୁ ୨୦୦୦ରୁ ଅଧିକ ଲୋକ ଦେଖିଥିବା ଅଭିଯୋଗ ହୋଇଥିଲା। ପରେ ଶନିବାର ରାତିରେ ବେଗୁନିଆ ଆଇଆଇସି ଓ ତହସିଲଦାର ମଞ୍ଚ ନିକଟକରେ ପହଞ୍ଚିଥିଲେ। ଯାତ୍ରା ପାଇଁ ଅନୁମତି ନେଇଛନ୍ତି କି ନାହିଁ ଆୟୋଜକଙ୍କୁ ପଚାରିଥିଲେ। ମାତ୍ର ଆୟୋଜକମାନେ ଅନୁମତି ନେଇନଥିବା କହିଥିଲେ। ଏହା ପରେ ଯାତ୍ରା ପରିବେଷଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। କରୋନା ଗାଇଡଲାଇନ୍ ଅନୁସାରେ ୨୦୦ରୁ ଅଧିକ ଲୋକଙ୍କୁ ଏକତ୍ର ହୋଇପାରିବେ ନାହିଁ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ମାତ୍ର ରଙ୍ଗମହଲ ଯାତ୍ରା ଅନୁଷ୍ଠାନ ନାଟକ ପରିବେଷଣ ପାଇଁ ପ୍ରଶାସନଠାରୁ ଅନୁମତି ନେଇନଥିଲା।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0