ଭବାନୀପାଟଣା : କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି। ହାତୀ ଛୁଆର ମୃତଦେହ ଘୁଷୁରିଗୁଡ଼ି ଅଞ୍ଚଳରୁ ଉଦ୍ଧାର ହୋଇଛି। ୨୦ ଦିନ ମଧ୍ୟରେ କର୍ଲପାଟ ଅଭୟାରଣ୍ୟରେ ୭ ହାତୀର ମୃତ୍ୟୁ ହେଲାଣି। ସାହାଣ ରୋଗ ଯୋଗୁ ହାତୀଙ୍କ ମୃତ୍ୟୁ ଘଟୁଥିବା କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଛି। ତେବେ କେମିତି ଏହି ରୋଗ ଅଭୟାରଣ୍ୟ ଅଞ୍ଚଳରେ ବ୍ୟାପୁଛି, ତାହା ଉପରେ ତଦନ୍ତ ଚାଲିଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼ ମୃତ୍ୟୁର ଅନୁଧ୍ୟାନ ପାଇଁ ୩ ଜଣିଆ କେନ୍ଦ୍ରୀୟ ୩ ଜଣିଆ ଟିମ୍ ଯାଇଥିଲା। ଶନିବାର ଦିନ ତମାମ ଟିମ୍ ସଦସ୍ୟମାନେ ଅଭୟାରଣ୍ୟରେ ବୁଲି ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ଭବାନୀପାଟଣା ଫେରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ କୋଅଡିନେଟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟର ଡକ୍ଟର ପି.ପି ପଣ୍ଡା କହିଛନ୍ତି, ହାତୀ ମୃତ୍ୟୁର କାରଣ ହେଉଛି ହ୍ୟୁମରେଜିକ ସେପଟିସେମିଆ ବା ସାହାଣ ରୋଗ। ଏହି ରୋଗ କେମିତି ଅଭୟାରଣ୍ୟକୁ ଆସିଲା, ତାହା ଉପରେ ଅଧିକା ଅନୁଧ୍ୟାନ କରାଯାଉଛି କହିଛନ୍ତି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0