ଢ଼େଙ୍କାନାଳ: ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ଢ଼େଙ୍କାନାଳ ଜିଲ୍ଲା ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ଯୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ କରୋନା ସଂକ୍ରମଣ ଦୃଷ୍ଟିରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନୂଆ ଗାଇଡ଼ ଲାଇନ ଜାରି କରିଛି। ଏପରି କି ଚଳିତ ବର୍ଷ ମେଳାକୁ କେବଳ ବିଧି ଭାବେ ପାଳନରେ ସୀମିତ ରଖାଯିବ। ଜିଲ୍ଲା ତଥା ରାଜ୍ୟ ବାହାର ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ସର୍ବ ସାଧରଣଙ୍କୁ ମେଳାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ କେବଳ ଜିଲ୍ଲାର ମହିମା ସାଧୁମାନଙ୍କ ମଧ୍ୟରେ ଚଳିତ ବର୍ଷ ଏହି ମେଳା ସୀମିତ ରହିବ। ତେବେ ମେଳାରେ ସାମିଲ ମହିମା ସାଧୁମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0