ମୁମ୍ବାଇ : ଗତକାଲି ବିଗ୍ ବସ୍ ଶୋ ର ହୋଷ୍ଟ ସଲମାନ ଖାନ୍ ୧୪ତମ ସିଜିନର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ବିଗ୍ ବସ୍ ୧୪ର ବିଜେତା ରୁବିନା ଦିଲାଏକ୍ ହୋଇଛନ୍ତି । ସଲମାନ ରୁବିନା ଦିଲାଏକ୍ ଙ୍କ ନାମ ଘୋଷଣା କରିବା ମାତ୍ରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ପ୍ରଶଂସା କରୁଛନ୍ତି ।
ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲା। ସେ ଶୋ’ରେ ବେଶ୍ ଦମଦାର ପ୍ରଦର୍ଶନ କରିଥିଲେ। ତେବେ ବିଗ ବସ୍ ସିଜିନ ୧୪ ଆରମ୍ଭରୁ ରୁବିନାଙ୍କୁ କିଛି ଅସୁବିଧା ହୋଇଥିଲା। ସେ ଏହି ଶୋକୁ ଠିକ୍ ଭାବେ ବୁଝି ପାରିନଥିଲେ। କିନ୍ତୁ ପରେ ସେ ଶୋ’ରେ ଏପରି ଦମଦାର ପ୍ରଦର୍ଶନ କରିଥିଲେ ଯେ, ସମସ୍ତେ ତାଙ୍କର ଟାସ୍କ ପୂରଣ ଶୈଳିକୁ ପ୍ରଶଂସା କରିଥିଲେ । ବିଗ୍ ବସ୍ ର ଏ ପର୍ଯ୍ୟନ୍ତ ୧୪ଟି ସିଜିନ୍ ଟେଲିକାଷ୍ଟ ହୋଇସାରିଛି । ଚଳିତ ସିଜିନରେ ଫାଇନାଲ ରାଉଣ୍ଡକୁ ପ୍ରଥମଥର ପାଇଁ ୫ ଜଣ ପ୍ରତିଯୋଗୀ ଯିବାର ସୁଯୋଗ ପାଇଥିଲେ। ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରୁବିନା ଦଲୈକ, ନିକି ତାମ୍ବେଲା, ଅଲି ଗୋନି, ରାହୁଲ ବୈଦ୍ୟ ଏବଂ ରାଖି ସାୱନ୍ତ ନାଁ ସାମିଲ ଥିଲା। କିନ୍ତୁ ଏ ସମସ୍ତଙ୍କୁ ରୁବିନା ପଛରେ ପକାଇ ବିଗବସ ଟ୍ରଫିକୁ ନିଜ ନାଁରେ କରିନେଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0