ଅଯୋଧ୍ୟା : ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ରାମମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରସ୍ତୁତି ଏବେ ଚରମ ପଯ୍ୟାୟରେ ପହଞ୍ଚିଛି। ସେପଟେ ମସଜିଦ୍ ନିର୍ମାଣ ଲାଗି ସୁନ୍ନି ୱାକଅଫ ବୋର୍ଡ ବୁଧବାର ଟ୍ରଷ୍ଟ ଗଠନ କରିଥିବା ଜଣାପଡିଛି। ଏହି ମସଜିଦ ଅଯୋଧ୍ୟା ରୌନାହୀରେ ନିର୍ମିତ ହେବ ବୋଲି ବୋର୍ଡ କହିଥିବା ବେଳେ ଏଥିଲାଗି ୯ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି।

ୱାକଅଫ ବୋର୍ଡ ଅଧ୍ୟକ୍ଷ ଜୁଫର ଅହମ୍ମଦ ଫାରୁକୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥିଲାଗି ଆବଣ୍ଟିତ କରାଯାଇଥିବା ୫ ଏକର ଭୂମିରେ ମସଜିଦ୍ ସମେତ ରିସର୍ଚ୍ଚ ସେଣ୍ଟର, ଲାଇବ୍ରେରୀ ଓ ଏକ ହସ୍ପିଟାଲର ନିର୍ମାଣ ହେବ। ଏଥିଲାଗି ‘ଇଣ୍ଡୋ ଇସ୍ଲାମିକ ଫାଉଣ୍ଡେସନ’ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଛି।
ମସଜିଦ୍ ନିର୍ମାଣ ଲାଗି ଟ୍ରଷ୍ଟରେ ମୋଟ ୯ ଜଣଙ୍କୁ ସଦସ୍ୟ ରଖାଯାଇଛି। ଏଥିରେ ନିଜେ ଫାରୁକୀ ଟ୍ରଷ୍ଟର ସଂସ୍ଥାପକ ଟ୍ରଷ୍ଟି ଥିବା ବେଳେ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ ରାମଜନ୍ମଭୂମି ବାବ୍ରୀ ମସଜିଦ୍ ବିବାଦରେ ଐତିହାସିକ ରାୟ ଦେଇଥିଲେ। ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟରେ ବିବାଦୀୟ ସ୍ଥଳରେ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଅଯୋଧ୍ୟାରେ ମସଜିଦ ଲାଗି ୫ ଏକର ଭୂମି ପ୍ରଦାନ ନିମନ୍ତେ ସରକାରଙ୍କୁ ଆଦେସ ଦେଇଥିଲେ।



Visitors Today : 1
Total Visitors : 130784
Total Views : 9900022
Visitors Online Now : 0