ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରାଜ୍ୟପାଳ କଲରାଜ ମିଶ୍ର ପୁଣିଥରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିଧାନସଭା ଅଧିବେଶନ ପ୍ରସ୍ତାବକୁ ତୃତୀୟଥର ପାଇଁ ପ୍ରତ୍ୟାଖାନ କରିଛନ୍ତି । ଏହାସହ କୋଭିଡ଼ ସମସ୍ୟାକୁ ନଜରରେ ରଖି ଅଧିବେଶନ ପାଇଁ ୨୧ଦିନ ପୂର୍ବରୁ ନୋଟିସ୍ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ।
ରାଜସ୍ଥାନ କଂଗ୍ରେସରେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ବିଧାନସଭା ଅଧିବେଶନ ଡକାଯିବାକୁ କେନ୍ଦ୍ରକରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ଅଧିକ ତିକ୍ତ ଓ ଉଗ୍ର ହେଉଛି। ବିଧାନସଭା ଅଧିବେଶନ ଡାକିବା ପାଇଁ ଗେହଲଟ୍ କ୍ୟାବିନେଟର ୨ଟି ପ୍ରସ୍ତାବକୁ ରାଜ୍ୟପାଳ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗତକାଲି ସରକାରଙ୍କ ପ୍ରସ୍ତାବ ଗ୍ରହଣ ପାଇଁ ୩ଟି ସର୍ତ୍ତ ରଖଥିଲେ।
କରେନା ମହାମାରୀ ସମୟରେ ଅଧିବେଶନ ଡାକିବା ପାଇଁ ସରକାର ୨୧ ଦିନିଆ ନୋଟିସ୍ ଦିଅନ୍ତୁ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳଙ୍କର ଅନ୍ୟତମ ସର୍ତ୍ତ ଥିଲା ଯଦି ବିଧାନସଭାରେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ତାହେଲେ ଏହାର ସିଧା ପ୍ରସାରଣ କିମ୍ବା ଭିଡିଓ ରେକର୍ଡିଂ କରାଯିବା ଉଚିତ୍। ସେହିପରି ରାଜ୍ୟପାଳଙ୍କ ଆଉ ଏକ ସର୍ତ୍ତ ଥିଲା ବିଧାନସଭାରେ କରୋନାବେଳେ ଅଧିବେଶନ ସମୟରେ ସାମାଜିକ ଦୂରତା ରକ୍ଷା କରିବା। ରାଜ୍ୟପାଳଙ୍କ ଏହି ୩ଟି ସର୍ତ୍ତ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍ ଆଜି କ୍ୟାବିନେଟ ବୈଠକ ଡକାଇଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0