ଭୁବନେଶ୍ୱର: ଆଜି ରାଜ୍ୟର ୨୮ ଜିଲ୍ଲାରୁ ୧୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୫୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୪୫ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୩୭୮ରେ ପହଁଞ୍ଚି ଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦ଜଣ, ବରଗଡ଼ ଜିଲ୍ଲାରୁ ୧୨ଜଣ, ଭଦ୍ରକ ଜିଲ୍ଲାରୁ ୫୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୯୭ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଗଜପତି ଜିଲ୍ଲାରୁ ୭୨, ଗଞ୍ଜାମ ଜିଲ୍ଲାରୁ ୨୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୮ଜଣ, ଯାଜପୁର ଜିଲ୍ଲାରୁ ୪୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ୧୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨୦ଜଣ, କୋରାପୁଟ ଜିଲ୍ଲାରୁ ୬୬ଜଣ, ମାଲକାନଗିରି ଜିଲ୍ଲାରୁ ୬୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୨୪ଜଣ, ପୁରୀ ଜିଲ୍ଲାରୁ ୯ଜଣ, ରାୟଗଡ଼ା ଜିଲ୍ଲାରୁ ୪୫ଜଣ, ସମ୍ବଲପୁର ଜିଲ୍ଲାରୁ ୪୦ଜଣ , ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୪ଜଣ ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0