spot_img

ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା

ସାଲେପୁର : ପୁଣି ଥରେ କରୋନା ଫେରୁଥିବାରୁ ଏହାକୁ ନେଇ ବେଶ୍‌ ସଜାଗ ରହିଛି ପ୍ରଶାସନ। ଏହି ପରିପ୍ରେକ୍ଷୀରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ଜାରି ହୋଇଛି ୧୪୪ ଧାରା । ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳିତ ହେବାର ଥିଲା। ଏହି ଅବସରରେ ବିଭିନ୍ନ ଆଡ଼ୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ୧୪୪ ଧାରା କରାଯାଇଛି।

ଗତକାଲି ସନ୍ଧ୍ୟାରୁ ଲାଗୁ ହୋଇଥିବା ୧୪୪ ଧାରା ଆସନ୍ତାକାଲି ସନ୍ଧ୍ୟା ୬ ଟା ଯାଏଁ ପୀଠରେ ବଳବତ୍ତର ରହିବ।  ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଧି ମୁତାବକ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହେବ। କେବଳ ଭକ୍ତ ମାନଙ୍କୁ ଦର୍ଶନର ସୁଯୋଗ  ମିଳିବନି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular