spot_img

ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱରଙ୍କ ବିଗ୍ରହ ପ୍ରତିଷ୍ଠା

ଖୋର୍ଦ୍ଧା : ବାଳକାଟିର ପ୍ରସିଦ୍ଧ ଠାକୁରାଣୀ ମା ଦୁଲ୍ଲାଦେବୀଙ୍କ ପୀଠରେ ନୃତନ କରି ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱରଙ୍କ ବିଗ୍ରହ ପ୍ରତିଷ୍ଠା ଉସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷେ କାଳ ଏହି ଆସ୍ଥାନ ଖାଲି ପଡିଥିବା ବେଳେ ସୋମବାର ଦିନ ଯଥାରୀତି ପୂଜାର୍ଚ୍ଚନା କରାଯାଇ ନୂତନ ବିଗ୍ରହ ସ୍ଥାପନ କରାଯାଇଛି । ନୂତନ ବିଗ୍ରହ ପ୍ରତିଷ୍ଠା ଓ ମନ୍ଦିର ପ୍ରବେଶ ଅବସରରେ ସୋମବାର ଦିନ ତମାମ ମନ୍ଦିର ପରିସର ଉସôବ ମୁଖର ହୋଇପଡିଥିଲା । ଅଙ୍କୁରାରୋପଣ , କୁମ୍ଭାଭିଷେକ , ସୂର୍ଯ୍ୟପୂଜା , ଧେନୁ ପୂଜା ଓ ମହାସ୍ନାନ ପରେ ହୋମଯଞ୍ଜ ଆରମ୍ଭ ହୋଇଥିଲା । ହୋମଯଞ୍ଜ ପୂର୍ଣ୍ଣାହୁତି ଏବଂ ବିଗ୍ରହ ପ୍ରାଣପ୍ରତିଷ୍ଠା ପରେ ସଂଧ୍ୟାରେ ପ୍ରଭୁଙ୍କୁ ସିଂହାସନରେ ପ୍ରତିଷ୍ଠା କରାଯାଇଥିଲା । ପ୍ରକାଶଯୋଗ୍ୟ ବିଗତ ୪୦ ବର୍ଷ ଧରି ବାଳକାଟିର ଆରଧ୍ୟ ଦେବତା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମା ଦୁଲ୍ଲାଦେବୀ ମନ୍ଦିରରେ ଅସ୍ଥାୟୀ ଭାବରେ ରହି ପୂଜାପାଉଥିଲେ । ଗତବର୍ଷ ସ୍ୱସ୍ଥାନ ପ୍ରତ୍ୟାବର୍ତନ କରିବାପରେ ଏହି ଠାରେ କେବଳ ଶକ୍ତି ପୂଜାପାଉଥିଲେ । ପଣ୍ଡିତ ମାନଙ୍କ ପରାମର୍ଶକ୍ରମେ ନୂତନ ବିଗ୍ରହ ସ୍ୱରୁପ ଚଳନ୍ତି ପ୍ରତିମାଙ୍କର ପ୍ରାଣପ୍ରତିଷ୍ଠା କରାଯାଇଅଛି । ଦୁଲ୍ଲାଦେବୀ ମନ୍ଦିର ପରିଚାଳନା କମିଟ ଟ୍ରଷ୍ଟର ସଭାପତି ସନ୍ତୋଷ କୁମାର ମହାନ୍ତି , ସମାଜସେବି ବେଣୁଧର ଭୋଇ , କାହ୍ନୁଚରଣ ଭୋଇ , ଉପେନ୍ଦ୍ର ପ୍ରଧାନ , ସୋମନାଥ ଭୋଇ , ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular