ୱାଶିଂଟନ: ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର। ପ୍ରକାଶ ପାଇଲା ଓଡିଓ କ୍ଲିପ୍। ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା। ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନିନ କରିଛି। ରିଲିଜ୍ ହୋଇଥିବା ୩ ମିନିଟ ୨୫ ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି। ଏହାସହ ନାସା ରୋଭର ଲ୍ୟାଣ୍ଡିଂ ବେଳର ଅନ୍ୟ ଏକ ଭିଡିଓ ମଧ୍ୟ ସାର୍ବଜନୀନ କରିଛି। ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁଲାବେଳେ ମାଇକ୍ରୋଫୋନ କାମ କରିନଥିଲା। ହେଲେ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ୍ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା ବୋଲି ରୋଭର ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି। ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ନିର୍ଦ୍ଦେଶକ ମାଇକେଲ୍ ୱାଟକିନ୍ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ହୋଇଛି । ମଙ୍ଗଳ ଗ୍ରହରେ ଅବତରଣ ଭଳି କୌଣସି ଘଟଣାକୁ କ୍ୟାପଚର କରିବାରେ ସକ୍ଷମ ଆମେ ହୋଇପାରିଛୁ। ଏହା ଏକ ପ୍ରକୃତରେ ସବୁଠୁ ଆଶ୍ଚର୍ୟ୍ୟଜନକ ଭିଡିଓ ବୋଲି ସେ କହିଛନ୍ତି । ଅବତରଣ ପୂର୍ବରୁ ରୋଭରଟି ପାରାଚୁଟ୍ ସହ ହିଟ୍ ସିଲ୍ଡରୁ ଅଲଗା ହୋଇଥିଲା। ତେବେ ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ କରିବାର ଭିଡିଓ, ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0