କେନ୍ଦୁଝର: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ଗ୍ରାମର ଏକ ପୋଖରୀରୁ ଜଣେ ଯୁବକ ର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଗୋରାସ ପଞ୍ଚାୟତ କୁଚେଇବେଡା ରାଙ୍ଗାଢିପା ସାହିର ବାସୁ ମୁଣ୍ଡା ବୋଲି ଜଣାପଡିଛି । ସେ ଶୁକ୍ରବାର ରାତିରୁ ନିଖୋଜ ଥିବା ବେଳେ ଆଜି ଗୋରାସ ଗ୍ରାମର ଯାତ୍ରାଶାଳ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଗ୍ରାମର କିଛି ଲୋକ ପୋଖରୀରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୋଖରୀ ଭିତରୁ ଶବକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଖରୀ ନିକଟ ଏକ ଗଛରେ ମୃତ ଯୁବକର ପ୍ୟାଣ୍ଟ୍ ସାର୍ଟ ଟଙ୍ଗା ହୋଇଥିବା ବେଳେ ଯୁବକ ମୃତ୍ୟୁ କିପରି ଘଟିଲା ସେନେଇ ସାହାରପଡା ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0