spot_img

ଦିନେ ହୋଟେଲରେ ମାର୍କେଟ ଏକଜିକ୍ୟୁଟିଭ ଥିଲେ ଏହି ଅଭିନେତା ,ଏବେ ଟେଲିରୁ ସିନେ ଦୁନିଆରେ ଖୁବ ମସୁର…..

ଆଜି ବଲିଉଡ଼ ଅଭିନେତା ତଥା ମଡ଼େଲର କରଣ ସିଂ ଗ୍ରୋଭରଙ୍କ ଜନ୍ମଦିନ । କରଣ ଆଜି ନିଜର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୨ ମସିହା ଆଜିର ଦିନରେ ସେ ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । କରଣଙ୍କ ପରିବାର ସାଉଦି ଆରବରେ ଥିବାରୁ ସେ ନିଜର ସ୍କୁଲ ପଢ଼ା ଦାମନ,ସାଉଦି ଆରବରୁ ସାରିଥିଲେ । ପରେ ସେ ଆଇ. ଏଚ.ଏମ ମୁମ୍ବାଇରୁ ହୋଟେଲ ମ୍ୟାନେଜ ମେଣ୍ଟକରିଥିଲେ । ସେ ଓମାନର ଏକ ହୋଟେଲରେ ମାର୍କେଟିଂ ଏକଜିକ୍ୟୁଟିଭ  ଭାବେ କାମ ମଧ୍ୟ କରିଛନ୍ତି । କିନ୍ତୁ କରଣ ୨୦୦୪ ରେ ମଡ଼େଲିଂ ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ‘ମୋଷ୍ଟ ଲୋକପ୍ରିୟ ମଡ଼େଲ’ର ପୁରସ୍କାର ହାସଲ କରିଥିଲେ ।

ଏହା ପରେ ସେ ଟେଲିଦୁନିଆରେ ପାଦ ଦେଇଥିଲେ । ଏହା ପରେ କରଣ ଅନେକ ସିରିୟଲ ‘କସୈାଟି ଜିନେ୍ଦଗି,ଶୋଲା ସିଙ୍ଗାର,ପରିବାର, ଦିଲ ମିଲଗୟା ଭଳି ଅନେକ ସିରିୟଲରେ ନଜର ଆସିଛନ୍ତି । ୨୦୧୫ରେ ପିଲ୍ମ ‘ଏଲୋନ’ ଜରିଆରେ ସେ ବଲିଉଡ଼ରେ ପାଦ ଦେଇଥିଲେ । ପରେ ସେ ‘ହେଟ ଷ୍ଟୋରୀ ୩’ ରେ ନଜର ଆସିଥିଲେ । ଯାହାକି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା । କରଣ ଖାଲି ଆକ୍ଟର ନୁହଁନ୍ତି ଅନେକ ରିୟାଲିଟି ସୋ ରେ ମଧ୍ୟ ହୋଷ୍ଟ କରିଛନ୍ତି । ଯେପରି ‘ଜରା ନଚକେ ଦେଖା’ ‘ପରଫେକ୍ଟ କପୁଲ’ ‘ଷ୍ଟାର ମସ୍ତି ହୋଲି ଗୁଲାଲ କି’ । କରଣ ନିଜର ଅଭିନୟ ଯାଦୁ ପାଇଁ ୨୦୦୮ରେ ‘ବେଷ୍ଟ ପ୍ରମିଜିଙ୍ଗ ଷ୍ଟାର’ ଏବଂ ‘ବେଷ୍ଟ ଅନ ସ୍କ୍ରିନ କପୁଲ’ର ଆୱାଡ଼ ମଧ୍ୟ ପାଇଛନ୍ତି ।

କରଣ ଖାଲି ନିଜର ମୁଭି ପାଇଁ ନୁହଁ ବରଂ ନିଜର ପର୍ସନାଲ ଲାଇଫ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ଥାନ୍ତି । କୁହା ଯାଏ କି କରଣ ତୃତୀୟ ଥର ବିବାହ କରିଛନ୍ତି । ପ୍ରଥମେ ୨୦୦୮ରେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୧୦ ମାସ ପରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ପରେ ସେ ୨୦୧୨ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥଲେ । କିନ୍ତୁ ଏସଂପର୍କ ବି ବେଶିଦିନ ତିଷ୍ଠି ନଥିଲା । ୨୦୧୪ରେ ଉଭୟ ଅଲଗା ହୋଇଥିଲେ । ପରେ ସେ ୨୦୧୬ରେ ବଲିଉଡ଼ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିଥିଲେ । ବର୍ତ୍ତମାନ କରଣ ବିପାଶାଙ୍କ ସହ ରହୁଛନ୍ତିି । କରଣଙ୍କ ଜନ୍ମ ଦିନରେ ବିପାଶା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟ ଜନ୍ମ ଦିନ ସେଲିବ୍ରେସନ କରୁଥିବାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular