କଟକ : ବର୍ତ୍ତମାନ କଟକ ସହର ନକଲି ଜିନିଷ ପାଇଁ ଏକ ଗ୍ରନ୍ଥାଘର ପାଲଟି ଗଲାଣି । ଆଜି ମାନେ ମଙ୍ଗବାର କଟକରେ ପୁଣି ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । କମିଶନରେଟ ପୋଲିସ ସେହି ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି ପ୍ରଚୁର ପରିମାଣରେ ଭେଜାଲ ସିମେଣ୍ଟ ଜବତ କରିଛନ୍ତି । ଏନେଇ ପୋଲିସଙ୍କୁ ଆଗରୁ ସୂଚନା ମିଳିଥିଲା ।
କଟକ ଜଗତପୁରରେ ଥିବା କେନ୍ଦ୍ରାପଡ଼ା –ଚାନ୍ଦବାଲି ରୋଡ଼ର ଖଇରା ବ୍ରିଜ ନିକଟରୁ ଏହି ନକଲି ସିମେଣ୍ଟ ଗୋଦାମ ଠାବ ହୋଇଛି । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କାରଖାନା କରି ବେଧଡ଼କ ଭାବେ ବେପାର ଚାଲିଥିଲା । ଯାହାଫଳରେ ବଜାରକୁ ଅପମିଶ୍ରିତ ସାମଗ୍ରୀ ଛାଡ଼ୁଥିଲେ । ଖବର ପାଇବା ପରେ କମିଶନରେଟ ପୋଲିସ କଡ଼ା ଦୃଷ୍ଟି ରଖୁଥିଲା । ଏହାପରେ ମଙ୍ଗଳବାର କମିଶନରେଟ ପୋଲିସ ଅପମିଶ୍ରିତ ସିମେଣ୍ଟ କାରଖାନାର ଠାବ କରିଛି । କମିଶନରେଟ ପୋଲିସ ଚଢ଼ାଉ କରିବା ବେଳେ କାରଖାନାର ମାଲିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ଏନେଇ ସବୁ ସ୍ଥାନରେ ଛାନଭିନ କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0