କଟକ : ନୂତନ କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ କଟକ ସ୍ଥିତ ଥିବା ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ମିଳିଛି । ସୂଚନା ଅନୁଯାୟୀ , ଡ଼କ୍ଟର ଫୈଜନ ମୁସ୍ତାଫା , ପ୍ରଫେସର ଏସକେ ଭଟ୍ଟନଗର ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ କମିଟି ବେଦ କୁମାରୀଙ୍କ ସମେତ ୮ ଜଣଙ୍କ ନାଁ ପ୍ରଧାନ ବିଚାରପତିଙ୍କୁ ସୁପାରିସ୍ କରିଥିଲେ । ପ୍ରଫେସର ବେଦ କୁମାରୀ ୨୦୧୬ ମସିହାରୁ ଏବେ ପର୍ଯ୍ୟନ୍ତ ଦିଲ୍ଲୀ ଆଇନ୍ ବିଭାଗର ଡ଼ିନ ଭାବେ କାର୍ଯ୍ୟ କରୁଛନ୍ତି । ଏହାଛଡ଼ା ସେ ଦିଲ୍ଲୀ ଜୁଡ଼ିସିଆଲ ଏକାଡ଼େମୀର ଅଧ୍ୟକ୍ଷ ଭାବେ ୨୦୦୯-୧୧ ଯାଏ ମଧ୍ୟ କାମ କରିଛନ୍ତି । ସେହିଭଳି ୧୯୮୩ରୁ ୮୫ ପର୍ଯ୍ୟନ୍ତ ଜମ୍ମୁ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ବେଦ କୁମାରୀ ଚଳିତବର୍ଷ ଅଗଷ୍ଟ ମାସରେ ଅବସର ଗ୍ରହଣ କରିବେ । ଭାରତରେ ଜୁଭେନାଇଲ ଜଷ୍ଟିସକୁ ନେଇ ସେ ୩ଟି ପୁସ୍ତକ ଲେଖିଛନ୍ତି । ଏହା ବାଦ୍ , ପ୍ରଫେସର ବେଦ କୁମାରୀ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କୁଳପତି ଆସନ ଗ୍ରହଣ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0