spot_img

ମଦ, ତମାଖୁ ବିଜ୍ଞାପନ କରିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

ସିଡନୀ: ମଦ, ତମାଖୁ ବିଜ୍ଞାପନ କରିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି । ଆଇପିଏଲ ୧୪ ତମ ସିଜନ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ ନିଷ୍ପତ୍ତି ନେଇଛି । ଆଇପିଏଲର ପରବର୍ତ୍ତୀ ଅଷ୍ଟ୍ରେଲିଆ ଖେଳାଳୀମାନେ ଜୁଆ, ପାଷ୍ଟଫୁଡ, ମଦ୍ୟପାନ ଏବଂ ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବେ ନାହିଁ ବୋଲି ସିଏମ ଆଇପିଏଲ ଫ୍ରାଞ୍ଚାଇଜକୁ କହିଛି । ଆଇପିଏଲ ଦଳକୁ ପଠାଯାଇଥିବା ପରାମର୍ଶରେ ବିସିସିଆଇକୁ କ୍ରିକେଟ ଅଷ୍ଟ୍ରେଲିଆ କହିଛି ଯେ, ସମଗ୍ର ଦଳର ଫଟୋକୁ ସମ୍ପୃକ୍ତ ଆଇପିଏଲ ଦଳର ପ୍ରୟୋଜକମାନେ ଭାରତରେ ପ୍ରିଣ୍ଟ ମିଡିଆରେ ପ୍ରଚାର ପାଇଁ ବ୍ୟବହାର କରିପାରିବେ । ମଦ, ଫାଷ୍ଟଫୁଡ ରେଷ୍ଟୁରାଣ୍ଟ , ତମାଖୁ କିମ୍ବା ବେଟିଂ ବ୍ୟବସାୟ କରୁଥିବା କୌଣସି କମ୍ପାନୀରେ ଏହିପରି ଫଟୋ ବ୍ୟବହାର କରାଯିବ ନାହିଁ । ଅଷ୍ଟ୍ରେଲିଆର ୧୯ ଜଣ କ୍ରିକେଟର ଆଇପିଏଲ ୨୦୨୧ରେ ଖେଳିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular