spot_img

ଇତିହାସ ରଚିବେ ଅଶ୍ୱିନ

ଚେନ୍ନାଇ: ଇତିହାସ ରଚିବେ ଅଶ୍ୱିନ । ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ ରେକର୍ଡ ହାସଲ କରିଥିଲେ । ଚେପକରେ ଅଶ୍ୱିନ ଉଭୟ ଇନିଂସରେ ମୋଟ ୮ଟି ଉଇକେଟ ନେଇଥିଲେ ଏବଂ ପରେ ବ୍ୟାଟିଂରେ ମଧ୍ୟ ଏକ ଶତକ ହାସଲ କରିଥିଲେ । ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ଇଂଲଣ୍ଡକୁ ପରାସ୍ତ କରିବାରେ ସାହାଯ୍ୟ କରିଥିଲା । ଏବେ ପୁଣି ଥରେ ଅଶ୍ୱିନିଙ୍କ ଲକ୍ଷ୍ୟ ଆଉ ଏକ ବଡ ରେକର୍ଡ ଉପରେ ରହିଛି । ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ନୂତନ ମୋତେରା ଷ୍ଟାଡିୟମରେ ଭାରତ ଏବଂ ଇଲଣ୍ଡ ମଧ୍ୟରେ ଖେଳାଯିବ ଏବଂ ଅଶ୍ୱିନ ପୁଣି ଥରେ ଭାରତୀୟ ସ୍ପିନ ବୋଲିଂର ନେତୃତ୍ୱ ନେବେ । ଅଶ୍ୱିନ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟର ୩୯୪ ଉଇକେଟ ନେଇଛନ୍ତି ଏବଂ ୪୦୦ ଉଇକେଟ ସ୍ୱତନ୍ତ୍ର କ୍ଲବରେ ଯୋଗଦେବା ପାଇଁ ତାଙ୍କୁ ୬ଟି ଉଇକେଟ ନେବାକୁ ପଡିବ । ଯଦି ଅଶ୍ୱିନ ତୃତୀୟ ଟେଷ୍ଟରେ ୬ଟି ଉଇକେଟ ନିଅନ୍ତି , ତେବେ ସେ ଦ୍ରୁତ ୪୦୦ ଟେଷ୍ଟ ଉଇକେଟ ନେଇ ବିଶ୍ୱର ଦ୍ୱିତୀୟ ବୋଲର ହେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular