ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରି ମାସ ୨୭ ତାରିଖଠାରୁ ଦିବ୍ରୁଗଡ଼ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି ଜ୍ଝ ୦୫୯୦୬/୦୫୯୦୫ ଦିବ୍ରୁଗଡ଼ – କନ୍ୟାକୁମାରୀ – ଦିବ୍ରୁଗଡ଼ ସ୍ବତନ୍ତ୍ର ଟ୍ରେନ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭.୨୫ରେ ଦିବ୍ରୁଗଡ଼ରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୫.୩୦ରେ କନ୍ୟାକୁମାରୀରୁ ଛାଡ଼ିବ। ଏହି ଟ୍ରେନ ଦିବ୍ରୁଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ। ଏଥିସହିତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ, ବିଜୟନଗରମ୍, ବିଶାଖାପାଟନମ ଏବଂ ଦୁଭାଡା ଷ୍ଟେସନଠାରେ ଉଭୟ ପାର୍ଶ୍ୱରୁ ରହଣି କରିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0