ଭୁବନେଶ୍ୱର : ଓଲିଉଡ଼ ଅଭିନେତା ପିଂଟୁ ନନ୍ଦ ଏବେ ବିବାଦ ଘେରରେ । ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଇବା ସହ ଅସଦାଚରଣ କରିଥିବାର ସଙ୍ଗିନ ଅଭିଯୋଗ ଆାଣିଛନ୍ତି ଜଣେ ଯୁବତୀ । ଏନେଇ ଉକ୍ତ ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ କହିବା ଅନୁସାରେ ଏଲାଇନରେ ଆଗକୁ ଯିବାକୁ ହେଲେ ତାଙ୍କର ଏବଂ ଡ଼ାଇରେକ୍ଟରଙ୍କ ମନ କଥା ବୁଝିବାକୁ ପଡ଼ିବ । ଏହିଲାଇନକୁ ଆସିଲେ କିଛି ସାଲିସ କରିବାକୁ ପଡେ । ସାଲିସ କଲେ ରାତାରାତି ଷ୍ଟାର ହୋଇଯିବ ସହ ବହୁତ ଉପରକୁ ଯାଇପାରିବ ବୋଲି ସେ କହିଥିଲେ । ଏପରି କହିବା ସହ ଏକ ନାଲି କାର ଭିତରକୁ ନେଇଯାଇ ତାଙ୍କ ସହ ଅସଦାଚରଣ କରିଥିବା କହିଛନ୍ତି । ଏନେଇ ପୁଲିସ ଏଫଆଇଆର ଗ୍ରହଣ କରିବା କରି ପିଂଟୁ ନନ୍ଦଙ୍କ ସହ ୩ଜଣଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0