spot_img

ଆସିଲା ଅନ୍ ଲକ୍ -୦୩ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୩ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ରତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । କିନ୍ତୁ ଏବେ ତାହାକୁ ହଟାଇ ଦିଆଯାଇଛି । ଅଗଷ୍ଟ ୫ ତାରିଖରୁ ଦେଶରେ ଯୋଗ କେନ୍ଦ୍ର ଏବଂ ଜିମ୍ ଖୋଲିବା ପାଇଁ ଅନୁମତି ଥିବା ବେଳେ ଅଗଷ୍ଟ ୩୧ ଯାଏ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ମେଟ୍ରୋ ଟ୍ରେନ୍ ଚଳାଚଳ ଓ ସୁଇମିଂ ପୁଲ୍ ମଧ୍ୟ ଖୋଲିପାରିବ ନାହିଁ । ଅବରୋଧ ଅଂଚଳରେ ଅଗଷ୍ଟ ୩୧ ଯାଏ ଲକ୍ ଡାଉନ୍ କଟକଣା ଜାରି ରହିବ । ଭିଡ ଜମୁଥିବା ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଏବଂ ମନୋରଂଜନ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ। କଣ୍ଟେନମେଣ୍ଟ୍ ଜୋନ୍‌ରେ ୩୧ ଅଗଷ୍ଟ ପର‌୍ୟ୍ୟନ୍ତ କେବଳ ଜରୁରୀ ଗତିବିଧିକୁ ହିଁ ଅନୁମତି ମିଳିବ। ଅବରୋଧ ଅଂଚଳଗୁଡ଼ିକ ସଂକ୍ରାନ୍ତରେ ନିଷ୍ପତ୍ତି ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ।
ଅନ୍‌ଲକ୍‌-୩ ରେ ଅନ୍ତର୍ଜାତୀୟ ବିମାନ ଯାତ୍ରା କେବଳ ବନ୍ଦେ ଭାରତ ମିସନ୍ ଅଧୀନରେ ହିଁ ସୀମିତ ରହିବ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳମାନେ ନିଜ ନିଜ କ୍ଷେତ୍ରରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ୍ ଜୋନ୍ ବାହାରେ କଟକଣା ଲାଗୁ କରିପାରିବେ। ତେବେ ରାଜ୍ୟ ଭିତରେ କିମ୍ବା ଅନ୍ୟ ରାଜ୍ୟକୁ ଜନସଧାରଣଙ୍କ ଗମନାଗମନ ଏବଂ ସାମଗ୍ରୀ ନେବା ଆଣିବା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏଥିପାଇଁ କୌଣସି ମଂଜୁରି କିମ୍ବା ଇ ପର୍ମିଟ୍ ଆବଶ୍ୟକ ପଡ଼ିବ ନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular