ଆଠଗଡ : କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ଲକଡାଉନ ଓ ସଟଡ଼ାଉନ କରୁଛନ୍ତି । କିନ୍ତୁ ସଂକ୍ରମଣ ଥମିବାର ନାଁ ନେଉନାହିଁ । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଠଗଡ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟଡ଼ାଉନ କରାଯାଇଛି । ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ମଞ୍ଚେଶ୍ୱର ପଞ୍ଚାୟତର ସମସ୍ତ ଗାଁକୁ ସରପଞ୍ଚ ସିଲ୍ କରିଛନ୍ତି ।
ଆଜି ସକାଳ ୬ଟାରୁ ଅଗଷ୍ଟ ୨ ସକାଳ ୬ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ତେବେ ସଟଡାଉନ ସମୟରେ ସମସ୍ତ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି କୋଭିଡ଼ କଟଣାକୁ ଉଲ୍ଲଂଘନ କରନ୍ତି , ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସ୍ରେ ଦର୍ଶାଇଯାଇଛି । ସେହିପରି ଏହି କଟକଣା ସମୟରେ ଜରୁରୀ କଟକଣା ଜାରି ରହିବ । ଯେପରି ମେଡିକାଲ ସେବା, ମେଡିସିନ ଦୋକାନ, ପୋଲିସ ପରି ଜରୁରୀ ସେବା ଜାରି ରହିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0