ଭୁବନେଶ୍ୱର : କରୋନାର ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ଗତକାଲିଠୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଉ ସ୍କ୍ରିନିଂ ଆରମ୍ଭ ହେଉ ହେଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଥିବା ବେଳେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ଅନ୍ୟ ଜଣେ ଯାତ୍ରୀ ବି ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।
ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । କୋଭିଡ୍ର କିଛି ଲକ୍ଷଣ ଦେଖାଗଲେ ଟେଷ୍ଟ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ ବୋଲି କହିଛନ୍ତି ବିଏମ୍ସି ଅତିରିକ୍ତ କମିଶନର। ଭୁବନେଶ୍ୱର ଏୟାରପୋର୍ଟରେ କରୋନା ଟେଷ୍ଟିଂ ନେଇ ବିଏମ୍ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଏୟାରପୋର୍ଟରେ ହେଲ୍ପ ଡେସ୍କ କରାଯାଇଛି । ସେଠାରେ ୨ଟି ସିଫ୍ଟରେ ସ୍କ୍ରିନିଂ କରାଯିବ । ଯାହାଙ୍କ ଠାରେ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଟେଷ୍ଟ କରାଯିବ। ବିଶେଷ କରି ଯେଉଁ ସବୁ ରାଜ୍ୟରେ ସେକେଣ୍ଡ ୱେଭ ଦେଖା ହେଲାଣି, ସେହି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ଦୃଷ୍ଟି ଦିଆଯିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0