ଭବନେଶ୍ୱର: ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। ମହାନଦୀ ଜଳବିବାଦ ନେଇ CWC ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ। ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରସଳ୍ପକୁ ନେଇ ବିବାଦ ରହିଛି। ତଳମୁଣ୍ଡରେ ବିବାଦ ନାହିଁ। ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି। ସତୀଘାଟ ଲାଷ୍ମୀପଦର ପ୍ରକଳ୍ପ ଫେରାଇଦେଇଛନ୍ତି CWC। ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ମନ୍ତ୍ରୀ ରଘୁନନ୍ଦନ ଦାସ। CWC ସ୍ଥଗିତ ରଖିଛନ୍ତି। ଟ୍ରିବୁନାଲର ଆଦେଶ ପର୍ୟ୍ୟନ୍ତ ସ୍ଥଗିତ ଅଛି ବୋଲି କହିଛନ୍ତି ରଘୁନନ୍ଦନ। ବିଭାଗ CWC ସହ ଯୋଗାଯୋଗରେ ଅଛି। ଟ୍ରିବୁନାଲ ୩ ବର୍ଷ ପାଇଁ ହୋଇଥିଲା ଆଉ ୨ ବର୍ଷ ପାଇଁ ବଢ଼ିପାରେ ବୋଲି କହିଛନ୍ତି ମନ୍ତ୍ରୀ। ମହାନଦୀ ତଳମୁଣ୍ଡ ଅବବାହିକରେ ଆଗାମୀ ୫ ବର୍ଷ ଭିତରେ ଇନଷ୍ଟ୍ରମ ଷ୍ଟୋରେଜ ହେବ। ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ ବୋଲି କହିଲେ ମନ୍ତ୍ରୀ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0