spot_img

ଆସାମ ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଆସାମ ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାହା ଆସାମରେ ପହଞ୍ଚି ଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଙ୍କ ସମେତ ଅନ୍ୟ ନେତା ମାନେ ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ସ୍ୱାଗତ କରିଛନ୍ତି । ସେଡାରୁ ସେ ନାଗାଓରେ ଥିବା ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନକୁ ଯାଇଥିଲେ । ପରେ ଏକ ଜନସଭାରେ ସମ୍ବୋଧନ ଦେବା ଅବସରରେ ଶାହା କହିଛନ୍ତି କେବଳ ଆସାମ ନୁହେଁ ମୋଦି ସରକାରଙ୍କ ଯୋଗୁଁ ବିଭିନ୍ନ ରାଜ୍ୟରେ ବିକାଶ ସମ୍ଭବ ହୋଇପାରିଛି । ଏହି ସମୟରେ ଶାହା ବିରୋଧୀ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଆସାମରେ ଭାରତୀୟ ଜନତା ପାର୍ଟି ହିଁ ଶାସନ କ୍ଷମତାକୁ ଆସିବ । ଆମକୁ ଆସାମକୁ ବନ୍ୟା ମୁକ୍ତ, ଅନୁପ୍ରବେଶ ମୁକ୍ତ ଓ ହିଂସା ମୁକ୍ତ କରିବାକୁ ପଡ଼ିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular