ପୁଣିଥରେ ଏକାଠି ନଜର ଆସିବେ ଅଭିନେତା ଅଜୟ ଦେବଗନ ଓ ତବୁ । ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି। ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେଟୁ ଜୋସେଫ। ଏହି ଫିଲ୍ମରେ ‘ଦୃଶ୍ୟମ୍’ର ୬ ବର୍ଷ ପର ଘଟଣା ଦର୍ଶାଯାଇଛି। ହିନ୍ଦୀ ହେବାକୁଥିବା ଦୃଶ୍ୟମ-୨ ରେ ସାମାନ୍ୟ କିଛି ପରିବର୍ତ୍ତନ କରାଯାଇ ମାଲାୟାଲାମ ଫିଲ୍ମର କାହାଣୀ ଉପରେ ଆଧାରିତ ହେବ। ଫିଲ୍ମର ପ୍ରଯୋଜନା ଦେବେ କୁମାର ମଙ୍ଗତ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଜୟ ଦେବଗନ ଓ ତବୁ ରାଜି ହୋଇଯାଇଛନ୍ତି। ଅନ୍ୟ ଚରିତ୍ରରେ କିଏ ଅଭିନୟ କରିବେ ଏବେ ଯାଏଁ ଠିକ୍ ହୋଇନାହିଁ। ଫିଲ୍ମର ମୁଖ୍ୟ ନିର୍ମାତାଙ୍କ ଠାରୁ ଫିଲ୍ମର ରାଇଟ କିଣିବା ପ୍ରକ୍ରିୟା ପ୍ରାୟତ ପୁରା ହୋଇଯାଇଛି।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0