spot_img

ଆରମ୍ଭ ହେଲା ଆଜିଠୁ ରେଳ ଷ୍ଟେସନରେ ସ୍କ୍ରିନିଂ ଡେକ୍ସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ଭଳି ୧୨ଟି ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ ରୁ ୪ ଟି ସ୍କ୍ରିନିଂ ସେଣ୍ଟର କରାଯାଇଛି। ଏହା ସହ ଗୋଟିଏ ଟେଷ୍ଟିଂ ସେଣ୍ଟର ମଧ୍ୟ କରାଯାଇଛି। ଯେଉଁମାନଙ୍କର ଲକ୍ଷଣ ଦେଖାଯିବ ସଙ୍ଗେ ସଙ୍ଗେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ସେହିଠାରେ ହିଁ କରାଯାଇଛି। ୧୨ଟି ରାଜ୍ୟରୁ ଆସୁଥିବା ସମସ୍ତ ଟ୍ରେନର ଯାତ୍ରୀମାନଙ୍କର ସ୍କ୍ରିନିଂ ବାଧ୍ୟତାମୂଳକ । ରେଲୱେ ଷ୍ଟେସନର ଉଭୟ ଏଣ୍ଟ୍ରିଂ ଏବଂ ଏକଜିଟ ଗେଟରେ କରାଯିବ ଏହି ସ୍କ୍ରିନିଂ ସେଣ୍ଟର। ତେବେ ବସ ଷ୍ଟାଣ୍ଡରେ ସ୍କ୍ରିନିଂ ଡେକ୍ସ କରିବା ନେଇ ଏ ପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ତଥାପି ଆମେ ସେ ଉପରେ ବର୍ତ୍ତମାନ ଆଲୋଚନା ଜାରି ରଖିଛୁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular