ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ ଓ ଏମଏକ୍ସ ପ୍ଲେୟର ଭଳି ଓଟିଟି ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିବା ଲାଗି ନିୟମଗୁଡିକୁ ଦେଶରେ କଡ଼ାକଡ଼ି କରିଛନ୍ତି। ଫଳରେ ଷ୍ଟ୍ରିମିଂ କମ୍ପାନୀମାନଙ୍କୁ ଆପତ୍ତିଜନକ କଣ୍ଟେଣ୍ଟ ଲାଗି ବାରମ୍ବାର ମିଳୁଥିବା ଅଭିଯୋଗ ଏବେ ହଟାଇବାକୁ ପଡିବ। ସେହିପରି ଫେସବୁକ୍, ହ୍ୱାଟସ୍ଆପ୍, ଇଂଷ୍ଟାଗ୍ରାମ ଓ ଟ୍ୱିଟର ଭଳି କମ୍ପାନୀଙ୍କୁ କଣ୍ଟେଣ୍ଟ ଉପରେ ନଜର ରଖିବା ଲାଗି ଅଭିଯୋଗ ସମାଧାନ ଅଧିକାରୀଙ୍କୁ ନିଯୁକ୍ତ କରିବା ସାଙ୍ଗକୁ ସରକାରୀ ଯାଞ୍ଚକୁ ସହଯୋଗ କରିବାକୁ ହେବ। ଓଟିଟି ପ୍ଲାଟଫର୍ମ ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମନମୁଖୀ କାରବାର ସମାପ୍ତ କରିବାକୁ ସରକାର କୌଣସି ନୂଆ ଆଇନ ଆଣି ନାହାନ୍ତି। ଏଥିଲାଗି ଥିବା ଆଇଟି ଆକ୍ଟ ୨୦୦୦ରେ କିଛି ନୂଆ ନିୟମ ସଂଯୁକ୍ତ କରିଛନ୍ତି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0