ନୂଆଦିଲ୍ଲୀ: କରୋନାଭାଇରସର ନୂଆ ଷ୍ଟ୍ରେନକୁ ନେଇ ସରକାର ପୂରା ସତର୍କ ହୋଇଛନ୍ତି। ଶୁକ୍ରବାର ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର କମ୍ ହେଉଥିବା କୋଭିଡ୍-୧୯ ମାମଲା ଗତ କିଛି ଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ମହାରାଷ୍ଟ୍ର, କେରଳ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ କରୋନା ମାମଲାରେ କିଛିଟା ବୃଦ୍ଧି ହୋଇଛି। ଏସବୁକୁ ଆଖି ଆଗରେ ରଖି ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍ ଅନୁଯାୟୀ, କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ଅବଧି ମାସେ ବଢ଼ିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ ୟୁଟି (କେନ୍ଦ୍ର ଶାସିତ ଅଞ୍ଚଳ)କୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ସମ୍ପୂର୍ଣ୍ଣ ଦୂରେଇବା ପାଇଁ ଏହି ଗାଇଡଲାଇନକୁ ସମସ୍ତେ ପାଳନ କରିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି ସବୁ ଗାଇଡଲାଇନ୍ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଲାଗୁ ହେବ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0